Trending
Wednesday , June 3 , 2026
ମନୋରଞ୍ଜନ / August 22 , 2023
484

ମରିବା ପାଇଁ ବହୁତ ସାହାସ ଦରକାର ......!!

ହେଲେ ମରିଗଲା ପରେ  ସବୁ କିଛି ବୃଥା ....!!

କେବଳ ବାପା ମା ହିଁ ଅସହ୍ୟ କଷ୍ଟ ପାଇବେ..........
             ମରିବା ପାଇଁ ଅଳ୍ପ ସମୟର ଆବଶ୍ୟକତା ପଡେ ଏହି ଅଳ୍ପ ସମୟରେ ଖେଳ ଖତମ ବି ହୋଇଯାଏ  ....!!
ହେଲେ ସେହି ଅଳ୍ପ ସମୟରେ ଅଧିକ ସାହାସ ଦରକାର ଯାହା ପାଖରେ ସାହାସ ନ ଥାଏ ସେ କେବେହେଲେ ମାରିପାରିବା ନାହିଁ । ଆଉ ମରିଗଲା ପରେ ଉପରେ ଥାଇ ପଶ୍ଚ୍ଯାତାପ କରିବେ । 
  
   “ ହଁ ଆଜ୍ଞା”.....!!!

ଏହା ଆମେ ନୁହେଁ ଏମିତି କିଛି କଥା କହିଛନ୍ତି ସାଂସଦକ ସୁପର ଷ୍ଟାର ଅନୁଭବ ମାହାନ୍ତି । ସବୁ ଯୁବ ପିଢ଼ିଙ୍କ ପାଇଁ ସେ ପ୍ରେରଣ ପାଲଟିଛନ୍ତି | ଭାଇଜାନଙ୍କ ଫ୍ୟାନ ପୁରା ଭର୍ତ୍ତି ହୋଇ ରହିଛନ୍ତି  ଓଡ଼ିଶାରେ | ଆଉ ସେହି ଫ୍ୟାନ ମାନଙ୍କ ପାଇଁ ଏମିତି କିଛି ସନ୍ଦେଶ ଦେଇଛନ୍ତି ଅନୁଭବ ମାହାନ୍ତି | ଖାଲି ଫିଲ୍ମ ନୁହେଁ ସେ ସବୁବେଳେ ଯୁବ ପିଢ଼ିକୁ ଉନ୍ନତ ରାସ୍ତା ଦେଖାଇଥାନ୍ତି |ନିଜର ଲାଇଫ ଠିକ ରେ ଚାଲିନ ଥିଲେ ମଧ୍ୟ୍ୟ ଅନ୍ୟ କୁ ସାହାଯ୍ୟ କରିବା ପାଇଁ ଛୁଟି ଆସନ୍ତି ସାଂସଦ ଅନୁଭବ ମାହାନ୍ତି, ଆଉ ସେଥିପାଇଁ ଆଜିର ଦୁନିଆରେ ଜୀବନ ହାରିଦେଉଥିବା ଯୁବଶକ୍ତି ମାନଙ୍କ  ପାଇଁ କହିଛନ୍ତି ଏମିତି କିଛି କଥା  | ସେ ତାଙ୍କ ଟୁଇଟର୍ ଏକାଉଣ୍ଟ ମଧ୍ୟ୍ୟମରେ କହିଛନ୍ତି କି ମରିବା ପାଇଁ ବହୁତ ସାହାସର ଆବଶ୍ୟକତା ପଡେ ବିନା ସାହସ ରେ କେହି ମାରିପାରିବେ ନାହିଁ | ଜୀବନ ହାରିବା ପାଇଁ ବହୁତ ସାହାସ ଦରକାର ହେଲେ ସେ ମରିଗଲା ପରେ କିନ୍ତୁ ସବୁ ସାହାସ ପାଣି ଫୋଟକା ପରି ଫାଟି ଯାଏ  |

 ସବୁ କିଛି ନୀମିଷକେ ବୃଥା ହୋଇଯାଏ, ସବୁ କିଛି ଏପଟ ସେପଟ ହୋଇଯାଏ | ଯାହାର ସମାଧାନ ପାଇଁ ଏମିତି ନିଷ୍ପତ୍ତି ନିଆଯାଇ ଥାଏ ତାହା ଅଡୁଆ ସୁତା ପରି ଆହୁରି ଛନ୍ଦୀ ହୋଇଯାଏ | ଖାଲି ସେତିକି ନୁହେଁ ଅନୁଭବ ଆହୁରି ମଧ୍ୟ୍ୟ କହିଛନ୍ତି କି ତୁମେ ସିନା ମରିଯିବି ଏଦୁନିଆ ଛାଡି ଉପରକୁ ଚାଲିଯିବ ହେଲେ ତୁମ ମାନଙ୍କ ଉପରେ ଆଶା କରିଥିବା ବାପା ମା ଅଧିକ କଷ୍ଟ ପାଇବେ |

 ପ୍ରତି ସେକେଣ୍ଡ ରେ ବଞ୍ଚିଥାଉ ଥାଉ ମାରିବାକୁ ଲାଗିବେ ତାଙ୍କ ଆଖିର ଲୁହ ଶୁଖିବନି ସେ ସବୁ ବେଳେ ତୁମରି କଥା ହିଁ ଭାବି ଭାବି ବଞ୍ଚିବେ ଆଉ ତୁମର ଅଳ୍ପ ସମୟର ସାହାସ ପାଇଁ ମା ବାପା ବେସାହାରା ପାଲଟି ଯିବେ। ଅନୁଭବଙ୍କ ଏପରି ଡୁଇଟ ରୁ ଜଣା ପଡୁଛି ସେ ତାଙ୍କ ମା ବାପା ଙ୍କୁ କେତେ ଭଲପାନ୍ତି  | 


ସେ ଆହୁରି ମଧ୍ୟ୍ୟ କହିଛନ୍ତି କି ଆସ ଆମେ ପ୍ରତିଶୃତି ବନ୍ଧ ହେବା, ମୃତ୍ୟୁ ର ସାମ୍ନାରେ ଆତ୍ମ ସମର୍ପଣ ନକରି ଜୀବନର ସବୁ ବାଧ୍ୟ ବିଘ୍ନ କୁ ଏଡାଇ ଜୀବନ ଯୁଦ୍ଧରେ ବିଜୟ ହାସଲ କରିବା  ଆଉ ଏଥିରେ ଯଦି ମୁଁ ଭୁଲ୍ ତାହାଲେ ମତେ ସାଂସଦରୁ ପର କହି  ଡୁଇଟ୍ କରିଛନ୍ତି | ତେବେ ସାଂସଦ ଅନୁଭବ ମାହାନ୍ତିଙ୍କ ଏମିତି ପ୍ରେରଣା ଦାୟକ ଡୁଇଟ୍ ସବୁ ଯୁବ ପିଢ଼ିକୁ ପସନ୍ଦ ଆସିଛି |

Tags :- # news # tvp news9 # tvp # tvpnews

Share With